ମକର/ପୋଙ୍ଗଲରେ କେବଳ ହେବ ରୀତିନୀତି, ଉତ୍ସବକୁ ନାହିଁ ଅନୁମତି

ଭୁବନେଶ୍ୱର, ୧୧/୧: ଆଗକୁ ଆସୁଛି ମକର ବା ପୋଙ୍ଗଲ । କିନ୍ତୁ ଏହି ମକର/ପୋଙ୍ଗଲରେ ରୀତିନୀତି ହେବ କିନ୍ତୁ ଉତ୍ସବ  ମନେଇବାକୁ ଅନୁମତି ନାହିଁ। ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ କଟକଣା ଜାରି କରିଛନ୍ତି SRC। କୋଭିଡ୍ ସଂକ୍ରମଣକୁ ଦେଖି ଗହଳି ନ କରିବାକୁ ପରାମର୍ଶ ଦିଆଯାଇଛି। ନଦୀ ଘାଟ, ପୁଷ୍କରିଣୀ, ସମୁଦ୍ର ତଟରେ ବୁଡ଼ ପକାଇବାକୁ ଅନୁମତି ନାହିଁ। ସୂଚନାଯୋଗ୍ୟ ଯେ ରାଜ୍ୟରେ ଏବେ ଦିନକୁ ଦିନ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି। ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି।