ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ନୂଆଦିଲ୍ଲୀ,୨୮/୦୧: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ସେ ରାଜଭବନରେ ପହଁଚି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ରାଜଭବନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଅପରାହ୍ନରେ ନୂଆ ସରକାର ନେଇପାରେ ଶପଥ । ବିଜେପି ପକ୍ଷରୁ ମଧ୍ୟ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି । ବିଜେପି ସହ ମିଶି ଦିନ ୪ଟାରେ ନୀତୀଶ କୁମାର ଶପଥ ନେବେ ବୋଲି କୁହାଯାଉଛି । ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର । ଗୃହମନ୍ତ୍ରୀ ଅମତି ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିହାର ଯାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।