ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ନୂଆଦିଲ୍ଲୀ,୯/୮: ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତିଶ କୁମାର । ରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଇସ୍ତଫା ପରେ ନୀତିଶ କୁମାର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ଆଜି ଆମ ଦଳର ବରିଷ୍ଠ ନେତାମାନଙ୍କ ବୈଠକ ବସିଥିଲା । ସେହି ବୈଠକରେ ବିଧାୟକ, ସାଂସଦମାନେ ଉପସ୍ଥିତ ଥିଲେ । ବୈଠକରେ ସମସ୍ତେ ଏନ୍‌ଡିଏ ଛାଡ଼ି ଦେବାକୁ କହିଲେ । ସମସ୍ତେ ଏନ୍‌ଡିଏ ଛାଡ଼ିବାକୁ କହିବାରୁ ମୁଁ ଇସ୍ତଫା ଦେଲି ।

ସୂଚନାଯୋଗ୍ୟ ଯେ ବିହାରରେ ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ । ଆଉ ମେଣ୍ଟ ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତିଶ କୁମାର । ଏବେ ନୂଆ ରୂପରେ ନୂଆ ମେଣ୍ଟ ଗଠନ ହେବ ବୋଲି ଜେଡିୟୁ ନେତା ଉପେନ୍ଦ୍ର କୁଶୱା ସୂଚନା ଦେଇଛନ୍ତି । ଏହାସହ ନୂଆ ମେଣ୍ଟକୁ ନେତୃତ୍ୱ ଦେବା ନେଇ ନୀତିଶ କୁମାରଙ୍କୁ କୁଶୱା ବଧାଇ ଜଣାଇଛନ୍ତି । ନୀତିଶ ଆଗକୁ ବଢନ୍ତୁ, ଦେଶ ଆପଣଙ୍କୁ ଅପେକ୍ଷା କରିଛି ବୋଲି ସେ କହିଛନ୍ତି ।

ବିଜେପି ହାତ ଛାଡ଼ି ପୁଣି ଆର୍‌ଜେଡିକୁ ନୀତିଶ ସାଥି କରିଛନ୍ତି । ଆର୍‌ଜେଡି, କଂଗ୍ରେସ ଓ ବାମଦଳକୁ ନେଇ ସରକାର ଗଢ଼ିବାକୁ ନୀତିଶ ସଜବାଜ ହେଉଛନ୍ତି ।ନୂଆ ସରକାର ଗଢ଼ିବା ନେଇ ଅପରାହ୍ଣ ୪ଟାରେ ରାଜ୍ୟପାଳଙ୍କୁ ନୀତିଶ କୁମାର ଭେଟିବେ ବୋଲି ସୂଚନା ମିଳିଛି । ଏନେଇ ସେ ରାଜ୍ୟପାଳଙ୍କୁ ସମୟ ମାଗିଛନ୍ତି । ଆଜି ସକାଳେ ଜେଡିୟୁ ବିଧାୟକଙ୍କ ସହ ନୀତିଶ ବୈଠକ କରିଥିଲେ ।