ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ନାଗପୁରରେ ଅବସ୍ଥିତ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ଫୋନକୁ ଜଣେ ଅଜ୍ଞାତ ବ୍ୟକ୍ତି ଫୋନ କରି ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି। ଏହି ଧମକ ମିଳିବା ପରେ ନିତିନ ଗଡକରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନାଗପୁର ପୁଲିସକୁ ଏକ ଅଭିଯୋଗ ଦିଆଯାଇଛି।
ସୂଚନାନୁସାରେ, ଆଜି ସକାଳୁ ୩ଥର ନିତିନ ଗଡକରୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି। ପୁଲିସକୁ ଏନେଇ ଅଭିଯୋଗ ମିଳିବା ପରେ ତଦନ୍ତ ଆରମ୍ଭ କରାଯାଇଛି। ନାଗପୁରର ଜନସମ୍ପର୍କ କାର୍ଯ୍ୟାଳୟକୁ ଏହି ଧମକପୂର୍ଣ୍ଣ ଫୋନ୍ କଲ ଆସିଥିଲା ବୋଲି ଜଣାପଡ଼ିଛି।