ଆରପାରିରେ ବଲିଉଡର ପ୍ରସିଦ୍ଧ ପ୍ରଯୋଜକ ନୀତିନ ମନମୋହନ

ନୂଆଦିଲ୍ଲୀ,୨୯/୧୨: ବଲିଉଡର ପ୍ରସିଦ୍ଧ ପ୍ରଯୋଜକ ନୀତିନ ମନମୋହନଙ୍କର ଦେହାନ୍ତ ହୋଇଛି । ହୃଦଘାତ କାରଣରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରରେ ରଖାଯାଇଥିଲା । ଡିସେମ୍ବର ୩ ତାରିଖରେ ତାଙ୍କର ହୃଦଘାତ ହୋଇଥଲା । ଏହାପରେ ତାଙ୍କୁ ତୁରନ୍ତ କୋକିଲା ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିଠାରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି ।ନୀତିନ ମନମୋହନ ଅନେକ ଗୁଡିଏ ବଲିଉଡ ସିନେମା ନିର୍ମାଣ କରିଥିଲେ । ସେ ‘ବୋଲ ରାଧା ବୋଲ’, ‘ଲାଡଲା’ ଓ ଦଶ ଭଳି ସିନେମା ନିର୍ମାଣ କରି ବେଶ୍ ଚର୍ଚ୍ଚା ସାଉଣ୍ଟିଥିଲେ । ସେ ବଲିଉଡର ପ୍ରସିଦ୍ଧ ଅଭିନେତା ମନମୋହନଙ୍କ ପୁଅ । ମନମୋହନ ବଲିଉଡରେ ବ୍ରହ୍ମଚାରୀ, ଗୁମନାମ୍ ଓ ଜମାନା ଭଳି ସିନେମାରେ ଅଭିନୟ କରିଛନ୍ତି ।