ନୀତିଶ କୁମାର ବଡ ନିଷ୍ପତ୍ତି: ୮୧ ଜଣ ଡାକ୍ତର ଚାକିରିରୁ ବିଦା

ନୂଆଦିଲ୍ଲୀ,୧୩/୧: ବିହାରରେ ନୀତିଶ କୁମାରଙ୍କ ଏକ ବଡ ନିଷ୍ପତ୍ତି କ୍ରମରେ ୮୧ ଜଣ ଡାକ୍ତରଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ସେମାନଙ୍କ ମଧ୍ୟରୁ ୬୪ ଜଣ ଡାକ୍ତର ୫ବର୍ଷ ଧରି ଚାକିରିରେ ଅନୁପସ୍ଥିତ ଥିଲେ । ସେପଟେ ବିହାର ସରକାର ଶିକ୍ଷା କ୍ଷେତ୍ରରେ ମଧ୍ୟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ରାଜ୍ୟର ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଜନସହଯୋଗରେ ଜମି ଓ ଘର ହାସିଲ କରିବାକୁ ସ୍ୱିକୃତି ଦେଇଛନ୍ତି । ଏସବୁ ନିଷ୍ପତ୍ତି ଉପରେ ନୀତିଶ ସରକାରଙ୍କ କ୍ୟାବିନେଟ ମୋହର ମାରିଛି ।ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ବିହାର କ୍ୟାବିନେଟ ବୈଠକ ସମାପ୍ତ ହୋଇଛି । ଏହି ବୈଠକରେ ମୋଟ ୪୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।