ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ; ୯ ସୂତ୍ରୀ ଉପରେ ଗୁରୁତ୍ୱ, ଜାଣନ୍ତୁ କଣ ?

ନୂଆଦିଲ୍ଲୀ,୨୩/୦୭: ସଂସଦରେ ୨୦୨୪-୨୫ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ଲୋକମାନେ ସରକାରଙ୍କ ନୀତି ଉପରେ ଭରସା କରିଛନ୍ତି । ବଜେଟରେ ମହିଳା, ଚାଷୀ, ଯୁବବର୍ଗଙ୍କୁ ଗୁରୁତ୍ବ ଦିଆଯିବ । ଚାଷୀଙ୍କୁ ଉଚିତ ମୂଲ୍ୟ ଦେବାକୁ ସରକାର ପ୍ରତିଶୃତିବଦ୍ଧ । ମୁଦ୍ରାସ୍ପିତୀ ୪ ପ୍ରତିଶତ ରଖିବାକୁ ଆକଳନ । ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ଚାକିରି ଦେବାକୁ ଲକ୍ଷ୍ୟ ରହିଛି । ଶିକ୍ଷା, ରୋଜଗାର ଓ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ । ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା । ସେହିପରି ୯ ସୂତ୍ର ବିଷୟରେ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ। ସେଗୁଡିକ ହେଲା..
-କୃଷିରେ ଉତ୍ପାଦକତା ଓ ଅନୁକୂଳନୀୟ
-ରୋଜଗାର ଓ କୌଶଳ ପ୍ରଶିକ୍ଷଣ
-ସଂସାଧନ ବିକାଶ ଓ ସାମାଜିକ ନ୍ୟାୟ
-ନିର୍ମାଣ ଓ ସେବା
– ସହରର ବିକାଶ
-ଶକ୍ତି ସୁରକ୍ଷା
-ଅବସଂରଚନା
– ନବୀକରଣ, ବିକାଶ ଓ ସୁଯୋଗ
-ପରବର୍ତ୍ତୀ ପିଢୀ ପାଇଁ ସୁଯୋଗ