ଖୁବଶୀଘ୍ର ରାଜ୍ୟମାନେ ଫେରିପାଇବେ ଜିଏସଟି ବକେୟା

ନୂଆଦିଲ୍ଲୀ,୧୮/୨: ଜିଏସଟି କାଉଁସିଲର ୪୯ ତମ ବୈଠକ ଦିଲ୍ଲୀର ବିଜ୍ଞାନ ଭବନ ଠାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଶେଷରେ ଅର୍ଥମନ୍ତ୍ରୀ କହିଛନ୍ତି କି, ୫ବର୍ଷ ଧରି ରାଜ୍ୟମାନେ ପାଇବାକୁ ଥିବା ଜିଏସଟି ଶେଷକୁ ତୁରନ୍ତ ସେମାନଙ୍କୁ ଦିଆଯିବ ।ଜିଏସଟି ବକେୟା ଜୁନମାସ ପର୍ଯ୍ୟନ୍ତ ରାଜ୍ୟସରକାରମାନେ ୧୬,୯୮୨ କୋଟି ଟଙ୍କା ପାଇବେ । ଏହାକୁ ମଞ୍ଜୁରୀ କରିବାକୁ ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଅନ୍ୟପଟେ ଆଜିର ବୈଠକରେ ପେନସିଲ, ପେନସିଲ କଟର ଉପରେ ଥିବା ୧୮ ପ୍ରତିଶତ ଜିଏସଟିକୁ ୧୨ ପ୍ରତିଶତ କରିଦିଆଯାଇଛି । ଏହାସହ ପାନ ମସଲା, ଗୁଟଖା ଉପରେ ଜିଓଏମ କରିଥିବା ସୁପାରିଶକୁ ମଞ୍ଜୁରୀ ମିଳିଛି ।  ସେପଟେ ତରଳ ଗୁଡ ଉପରେ ସରକାର ଜିଏସଟି ହଟାଇ ନେଇଛନ୍ତି । ଏହାସହ ପ୍ୟାକେଟ ହୋଇ ଆସୁଥିବା ତରଳ ଗୁଡ ଉପରେ ଥିବା ୧୮ ପ୍ରତିଶତ ଜିଏସଟିକୁ ସରକାର ୫ ପ୍ରତିଶତକୁ ଖସାଇ ଦେଇଛନ୍ତି ।