କଟକ ନିର୍ଗୁଣ୍ଡି ଷ୍ଟେସନରେ ଟ୍ରାକ୍ ମରାମତି କାମ ସରିବା ପରେ ଟ୍ରାକ୍‌ରେ ଗଡ଼ିଲା ଟ୍ରେନ୍

ଭୁବନେଶ୍ୱର, ୩୧/୦୩: କଟକ ନିର୍ଗୁଣ୍ଡି ଷ୍ଟେସନରେ ଟ୍ରାକ୍ ମରାମତି କାମ ସରିବା ପରେ  ସେଠାରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି । ଦୀର୍ଘ ଘଣ୍ଟା ପରେ ଟ୍ରାକ୍ ମରାମତି କାମ ଶେଷ ହେବା ପରେ ସ୍ୱାଭାବିକ ହୋଇଛି ଚଳାଚଳ । ଟ୍ରାକ୍ ମରାମତି କାମରେ ନିୟୋଜିତ ହୋଇଥିଲେ ପ୍ରାୟ ୨୦୦ରୁ ଅଧିକ କର୍ମଚାରୀ । ୪ଟି ଜେସିବି ମଧ୍ୟ ଲାଗିଥିଲା । ସେପଟେ ଆରମ୍ଭ ହେଲା ଦୁର୍ଘଟଣାର କାରଣ ଖୋଜା । ଦୁର୍ଘଟଣାର ତଦନ୍ତ କରୁଛନ୍ତି କମିଶନର ଅଫ ରେଲୱେ ସେଫ୍‌ଟି ଅଧିକାରୀ । କୌଣସି ବ୍ୟକ୍ତି ଦୁର୍ଘଟଣା ସମ୍ପର୍କରେ କିଛି ତଥ୍ୟ ଦେବାକୁ ଚାହୁଁଥିଲେ ଖୋର୍ଦ୍ଧା ରୋଡ୍‌ ଡିଆରଏମ୍‌ ଅଫିସର ଯାଇ ତଥ୍ୟ ରଖିପାରିବେ । ଏହାଛଡ଼ା ସାଉଥ ଇଷ୍ଟର୍ଣ୍ଣ ସର୍କଲର କମିଶନର ଅଫ ରେଲୱେ ସେଫ୍‌ଟି କୁ ମଧ୍ୟ ଚିଠି ଲେଖି ଜଣାଇପାରିବେ। ଗତକାଲି ଟ୍ରାକ୍‌ରୁ ଖସିଥିଲା ବେଙ୍ଗାଳୁରୁ-କାମାକ୍ଷା ଏକ୍ସପ୍ରେସ୍ ।

Leave a Reply

Your email address will not be published. Required fields are marked *