କଂଗ୍ରେସର ଓଡିଶା ବନ୍ଦ ପାଳନ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୧୫/୨: କଂଗ୍ରେସର ଓଡିଶା ବନ୍ଦ ପାଳନ ନେଇ ପିସିସି ସଭାପତି ନିରଞ୍ଜନ ପଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ସାରା ରାଜ୍ୟରେ ବନ୍ଦର ପ୍ରଭାବ ଅନୁଭୂତ ହୋଇଛି । ବନ୍ଦକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ ମିଳିଛି । ତେଲ ଦର ସାଧାରଣ ଲୋକଙ୍କୁ ବହୁତ ବାଧିଛି ବୋଲି ସେ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଅର୍ଥାତ ସକାଳ ୭ଟାରୁ ଦିନ ୧ଟା ଯାଏ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଦିନ ୧ଟା ଯାଏ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ପାଇଁ ନିଷ୍ପତ୍ତି ନେଇଛି। ତେଲ ଦର ବୃଦ୍ଧି, ଚାଷୀ ଓ ବେକାରୀ ସମସ୍ୟା, ରାଜନୈତିକ ହିଂସା ଓ ଅପାରଗତା ପ୍ରତିବାଦରେ ଏହି ବନ୍ଦ ଡ଼ାକରା ଦିଆଯାଇଛି।