ୱାଣ୍ଡର ୱାଲଡ଼ ୱାଟର ପାର୍କ କରି ପୁରସ୍କୃତ ହେଲେ ନିରଞ୍ଜନ

ଭୁବନେଶ୍ୱର, ୭/୩: ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଦିଗରେ ଉଲ୍ଲେଖନିୟ ଅବଦାନ ପାଇଁ ଯୁବ ଉଦ୍ୟୋଗୀ ନିରଞ୍ଜନ ପାତ୍ର ପୁରସ୍କୃତ ହୋଇଛନ୍ତି। ଏକ ଘରୋଇ ଟିଭି ଚାନେଲ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି। ସେ କରିଥିବା ପୁରୀ ସ୍ଥିତ ମାଳତି ପାଟପୁର ଠାରେ  ୱାଣ୍ଡର ୱାଲଡ଼ ଭାବେ ଏକ ୱାଟର ପାର୍କ ପର୍ଯ୍ୟଟକ ମାନଙ୍କୁ ଅଧିକ ଆକର୍ଷିତ କରୁଛି। ରାଜ୍ୟର ସର୍ବ ବୃହତ ଏହି ୱାଟର ପାର୍କ ରେ ସମସ୍ତ ଜଳକ୍ରୀଡା ପାଇଁ ଉଦ୍ଧିଷ୍ଟ ଆଧୁନିକ ଉପକରଣ ମାନ ରହିଛି।  ପୁରୀ ଜିଲ୍ଲା ସାଂସଦ ପିନାକୀ ମିଶ୍ର ଏହି ଭବ୍ୟ ସମାରୋହରେ ଯୋଗ ଦେଇ ନିରଞ୍ଜନଙ୍କୁ ପୁରସ୍କୃତ କରିଥିଲେ।