ଆଜିଠୁ ଭକ୍ତ ପାଇପାରିବେ ନୀଳାଚଳ ଅବଢ଼ା

ଭୁବନେଶ୍ୱର,୨/୦୭:  ୧୨ ଦିନର ଲୀଳାଖେଳା ସାରି ନିଲକନ୍ଦରକୁ ଫେରିଛନ୍ତି ମହାବାହୁ। ରତ୍ନସିଂହାସନରେ ଏବେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ଏହାସହ ଆଜିଠୁ ନୀଳାଚଳ ଅବଢ଼ା ଭକ୍ତମାନେ ପାଇପାରିବେ । ରତ୍ନସିଂହାସନ ଉପରେ ଦୈନନ୍ଦିନ ନୀତି ସମ୍ପାଦନ କରାଯିବ । ଏହାପରେ ଭକ୍ତମାନଙ୍କ ପାଇଁ ଆରମ୍ଭ ହେବ ସାହାଣମେଲା । ପୁଣି ଥରେ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି । ଦର୍ଶନ ଶୃଙ୍ଖଳିତ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।