ଅମାନିଆ ସାବଧାନ, ଆଜିଠାରୁ ଟୁଇନସିଟିରେ କଡାକଡି ହେବ ନାଇଟ୍ କଫ୍ୟୁ

ଭୁବନେଶ୍ୱର, ୧୧/୧୦ : ରାଜ୍ୟରେ କଁ ରୋନା ସଂକ୍ରମଣ କମିଛି କିନ୍ତୁ ଏବେ ବି ବିପଦ ଟଳିନି। ଏହାରିମଧ୍ୟରେ ଆଗକୁ ଆସୁଛି ପୂଜା । ତେଣୁ ପାର୍ବଣ ପାଇଁ ଟୁଇନସିଟିରେ ଆଜିଠାରୁ ନାଇଟ୍ କଫ୍ୟୁ ଆହୁରି କଡାକଡି କରାଯିବ। ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ରହିବ । କଟକରେ ୩୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ମଦୁଆଙ୍କୁ ଧରିବାକୁ ସ୍ବତନ୍ତ୍ର ସ୍କ୍ବାଡ୍‌ ପ୍ରସ୍ତୁତ କରାଯାଇଛି । ପୂଜାରେ ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ଚେତାବନୀ ଦେଇଛନ୍ତି । ଜୋର ଜବରଦସ୍ତ ଚାନ୍ଦା ଆଦାୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଆବଶ୍ୟକ ହେଲେ ଗିରଫ କରାଯିବ ବୋଲି କମିସନର୍‌ କହିଛନ୍ତି । ସେହିପରି ପୂଜା ସମୟରେ କୋଭିଡ୍‌ ନିୟମକୁ ମଧ୍ୟ ସଂପୂର୍ଣ୍ଣ ପାଳନ କରାଯିବ ବୋଲି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି ।