ରାଜ୍ୟର ୧୦ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଜାରି

ଭୁବନେଶ୍ୱର, ୩/୪: ରାଜ୍ୟରେ ଏବେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ଏହାକୁ ଏଡାଇ ନଦିଆଯାଇ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ କରୋନା ଦୃଷ୍ଟିରୁ ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ଏପ୍ରିଲ ୫ରୁ ରାତି ୧୦ଟାରୁ ଭୋର ୫ଟା ଯାଏ ଲାଗୁ ହେବ ଏହି କଟକଣା । ୧୦ ଜିିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, କୋରାପୁଟ ।ପରବର୍ତ୍ତୀ ନିର୍ଦେଶ ଯାଏ ବଳବତ୍ତର ରହିବ ନାଇଟ କର୍ଫ୍ୟୁ କଟକଣା । କିନ୍ତୁ ନାଇଟ୍‌ କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକ ସେବା ଜାରି ରହିବ।