ଆସନ୍ତାକାଲିଠୁ ଏହି ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଜାରି

ମହାରାଷ୍ଟ୍ର, ୨୧/୨: ଦେଶରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।  ମହରାଷ୍ଟ୍ରରେ ଅଧିକ କେସ ଦେଖିବାକୁ ମିଳିଛି। ତେଣୁ ଆସନ୍ତାକାଲିଠୁ ମହାରାଷ୍ଟ୍ର  ପୁଣେରେ ନାଇଟ୍‌ କର୍ଫ୍ୟୁ ଜାରି କରାଯିବ । ରାତି ୧୧ଟାରୁ ସକାଳ ୬ଟା ଯାଏ ଘରୁ ବାହାରିବା ପାଇଁ ଅନୁମତି ନାହିଁ । କିନ୍ତୁ ଅତ୍ୟାବଶ୍ୟକ ସେବା ପାଇଁ ଲାଗୁ ଏହି କଟକଣା ଲାଗୁ ହେବ ନାହିଁ । ଏହାସହ ଫେବ୍ରୁଆରି ୨୮ ଯାଏ  ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।