ଦିଲ୍ଲୀରୁ ହଟିବ ସପ୍ତାହାନ୍ତ କର୍ଫ୍ୟୁ କିନ୍ତୁ ଜାରି ରହିବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର, ୨୭/୧: ଦେଶରେ ଏବେ କଁ ରୋନା ସଂକ୍ରମଣ କିଛି ମାତ୍ରାରେ କମିଛି। ଏହାରିମଧ୍ୟରେ ରାଜଧାନୀ  ଦିଲ୍ଲୀରୁ ସପ୍ତାହାନ୍ତ କର୍ଫ୍ୟୁ ହଟିବା ନେଇ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଜାରି ରହିବ ନାଇଟ୍ କର୍ଫ୍ୟୁ। ସେହିପରି ଦୋକାନ ପାଇଁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହେବ।ଅନ୍ୟପଟେ DDMA ବୈଠକରେ ସ୍କୁଲ ଖୋଲିବା ନିଷ୍ପତ୍ତି ନିଆଯିବ। ବାହାଘରରେ ୨୦୦ ଲୋକ ଓ ବାର୍, ରେସ୍ତୋରାଁରେ ୫୦% ଲୋକଙ୍କ ପାଇଁ ଅନୁମତି ରହିଛି।ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀରେ ଚଳାଇବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।