ନୂଆଦିଲ୍ଲୀ,୨୬/୦୧: ନାଇଜେରିଆର ଉତ୍ତର-ପୂର୍ବ କ୍ଷେତ୍ରରେ ଜିହାଦୀ ଫିଦାୟୀନ ଆକ୍ରମଣରେ ୨୭ ଜଣ ନାଇଜେରିଆ ସୈନିକଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ସୈନିକମାନେ ବର୍ନୋ ଓ ୟେବୋ ଅଞ୍ଚଳରେ ଥିବା ଏକ ମରୁଭୂମିରେ ଇସଲାମିକ ଷ୍ଟେଟ୍ ଉପରେ ଆକ୍ରମଣ କରିଥିଲା । ଏହାର ପ୍ରତିଶୋଧ ନେଇଛି ଜିହାଦୀ ସଂଗଠନ । ୨୭ ଜଣ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯବାନ ଗୁରୁତର ହୋଇଛନ୍ତି ।
ସୂଚନା ମୁତାବକ ଆତ୍ମଘାତି ବିସ୍ଫୋରଣ କରିଥିବା ଆକ୍ରମଣକାରୀ ଜଣଙ୍କ ଏକ ଗାଡିରେ ବିସ୍ଫୋରକ ଧରି ସେନା ଗାଡିକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସେନା ଗାଡିଟି ବିସ୍ଫୋରଣରେ ଜଳି ଯାଇଥିଲା । ତା ଭିତରେ ଥିବା ଯବାନମାନଙ୍କ ମଧ୍ୟରୁ ୨୭ ଜଣଙ୍କର ମୃତ୍ୟୁ ହୋଇଛି ।