ନୂଆଦିଲ୍ଲୀ,୨୭/୦୯: ଆକ୍ସନରେ ମୋଡ଼ରେ ଏନଆଇଏ । ଖଲିସ୍ତାନୀ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟର୍ସଙ୍କ ନେଟୱର୍କରେ ଏନ୍ଆଇଏ ଚଢ଼ଉ କରିଛି । ଉତ୍ତରପ୍ରଦେଶ, ହରିଆଣା, ରାଜସ୍ଥାନ, ପଞ୍ଜାବ ଓ ଦିଲ୍ଲୀ ଏନସିଆରରେ ଏନଆଇଏ ଏକସଙ୍ଗେ ୫୦ ସ୍ଥାନରେ ରେଡ୍ ପକାଇଛି । ଗ୍ୟାଙ୍ଗଷ୍ଟର୍ସଙ୍କ ଜରିଆରେ ଚାଲିଥିଲା ଅବୈଧ ଅସ୍ତ୍ର ଓ ଡ୍ରଗ୍ସ ଚାଲାଣ । ଗତ କିଛି ମାସ ହେବ ପଞ୍ଜାବ, ହରିଆଣା, ୟୁପି ଭଳି ରାଜ୍ୟରେ ଗ୍ୟାଙ୍ଗଷ୍ଟର୍ସଙ୍କ ଉପରେ କଡ଼ା ନଜର ରଖିଥିଲା ଏନଆଇଏ । ଆଉ ଏହି ଗ୍ୟାଙ୍ଗଷ୍ଟର୍ସଙ୍କୁ ଆର୍ଥିକ ସହାୟତା ଯୋଗାଉଥିଲା ପାକିସ୍ତାନ । ଏନଆଇଏର ଏହି ଚଢ଼ଉ ଗ୍ୟାଙ୍ଗଷ୍ଟର୍ସ ଓ ଆତଙ୍କବାଦୀଙ୍କ ବିଷୟରେ ଅଧିକ ତଥ୍ୟ ଖୁଲାସା କରିବ ବୋଲି ସୂଚନା ରହିଛି।