ମୁମ୍ବାଇରେ ଆକ୍ରମଣ ନେଇ ଏନଆଇଏକୁ ମିଳିଲା ଧମକପୂର୍ଣ୍ଣ ଇ-ମେଲ

ନୂଆଦିଲ୍ଲୀ,୩/୨:ଏନଆଇଏକୁ ମିଳିଛି ଧମକପୂର୍ଣ୍ଣ ଇ-ମେଲ। ମୁମ୍ବାଇରେ ଆକ୍ରମଣ ନେଇ ଧମକ ମିଳିଥିବା ସୂଚନା ମିଳିଛି। ତାଲିବାନ ସହ ଜଡିତ ଥିବା ଜଣେ ବ୍ୟକ୍ତି ମୁମ୍ବାଇ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ଏନଆଇଏର ମୁମ୍ବାଇ ଅଫିସକୁ ଏକ ଇ-ମେଲ ଆସିଥିବା ନେଇ ଏନଆଇଏ କହିଛି । ଧମକପୂର୍ଣ୍ଣ ମେଲ ପରେ ମହାରାଷ୍ଟ ସରକାର ମହାରାଷ୍ଟ୍ରର ସହରର ପୁଲିସ ଏବଂ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍କୁ ସତର୍କ ରହିବାକୁ କହିଛି ।  ଆଇପି ଠିକଣାରୁ ଏହି ମେଲ ପାକିସ୍ତାନରୁ ଆସିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।