ଆଗାମୀ ୧୨ ଘଣ୍ଟା ମୟୂରଭଞ୍ଜ ପାଇଁ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ୱର, ୨୬/୫:‘ବାତ୍ୟା ‘ୟଶ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ବାଲେଶ୍ବରର ଦକ୍ଷିଣକୁ ୨୦ କିମି ଦୂରରେ ସକାଳ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଉପକୂଳ ଅତିକ୍ରମ କରିିିଥିଲା। କିନ୍ତୁ ଆଗାମୀ ୧୨ ଘଣ୍ଟା ମୟୂରଭଞ୍ଜ ପାଇଁ ଗୁରୁତ୍ବପୂର୍ଣ୍ଣ । ମୟୂରଭଞ୍ଜରେ ୧୦୦ରୁ ୧୧୦ କିମି ବେଗରେ ପବନ ବହିବ । ସମସ୍ତ କୋଭିଡ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ଠିକ୍‌ଠାକ୍ ଚାଲିଛି, ବାତ୍ୟାରେ କୌଣସି ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇନି । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା।