ଅଫୁଟା ମୋର୍ଟାର ସେଲ୍ ସହ ଖେଳୁଥିଲେ ପିଲା, ହଠାତ ଫୁଟି ୨୭ ମୃତ

ନୂଆଦିଲ୍ଲୀ,୧୦/୬:ଆଫ୍ରିକୀୟ ଦେଶ ସୋମାଲିଆରେ ଏକ ଅଭାବନୀୟ ଘଟଣା ଘଟିଛି । ଛୋଟପିଲା ଏକ ପରିତ୍ୟକ୍ତ ମୋର୍ଟାର ସେଲ ସହ ଖେଳୁଥିବାବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ୨୭ ଜଣ ମୃତ୍ୟୁବରଣ କରିଥିବାବେଳେ ୫୪ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଛୋଟ ପିଲା ବୋଲି ଜଣାପଡ଼ିଛି ।

ସୂଚନା ଯୋଗ୍ୟ ଯେ ପିଲାମାନେ ଏକ ପଡ଼ିଆରେ ଏକ ପୁରୁଣା ଅଫୁଟା ମୋର୍ଟାର ସେଲ୍ ସହ ଖେଳୁଥିଲେ । ଏହି ସମୟରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା ଓ ଘଟଣାସ୍ଥଳରେ ହିଁ ଅନେକ ପିଲା ମୃତ୍ୟୁବରଣ କରିଥିଲେ । ସେହିପରି ପ୍ରାୟ ୫୪ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏଣୁ ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।