ନ୍ୟୁଜିଲାଣ୍ଡକୁ ୯୦ ରନ ବ୍ୟବଧାନରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ,୨୪/୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପୋଛି ନେଲା ଭାରତ । ଆଜି ଶେଷ ଦିନିକିଆରେ ଭାରତ ନ୍ୟୁଜିଲାଣ୍ଡକୁ ୯୦ ରନ ବ୍ୟବଧାନରେ ପରାସ୍ତ କରିଛି । ଫଳରେ ଭାରତ ୩-୦ରେ ସିରିଜ କବଜା କରିଛି । ଭାରତ ପକ୍ଷରୁ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଦୁଇ ଓପନର ରୋହିତ ଓ ଗିଲ ଶତକ ହାସଲ କରିଥିବା ବେଳେ କୁଦଦୀପ ଓ ସାର୍ଦ୍ଦୁଲ ଠାକୁର ୩ଟି ଲେଖାଏଁ ୱିକେଟ ନେଇଥିଲେ ।