୨୦୨୫କୁ ସ୍ୱାଗତ କଲେ ବିଶ୍ୱବାସୀ, ଶ୍ରମନ୍ଦିର ନିକଟରେ ଦେଖିବାକୁ ମିଳିଛି ଜନସମୁଦ୍ର

ଭୁବନେଶ୍ୱର,୧/୦୧: ୨୦୨୫ ସମସ୍ତଙ୍କ ପାଇଁ ନୂଆ ଆଶା ନେଇ ବର୍ଷର ପ୍ରଥମ ସୂର୍ଯ୍ୟ ଉଇଁଛି । ୨୦୨୪କୁ ବିଦାୟ ଦେଇ ୨୦୨୫କୁ ସ୍ବାଗତ କରିଛନ୍ତି ବିଶ୍ୱବାସୀ । ତେବେ ନୂଆବର୍ଷରେ ପୁରୀ କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଜମିଛି ପର୍ଯ୍ୟଟକଙ୍କ ଭିଡ଼ । ନୂଆ ବର୍ଷର ନୂଆ ସୂର୍ଯ୍ୟୋଦୟ ଦେଖିବା ପାଇଁ ନାହିଁ ନଥିବା ଭିଡ଼ ଜମିଛି । ୨୦୨୪କୁ ବିଦାୟ ଦେବା ସହ ସୂର୍ଯ୍ୟୋଦୟ ସମୟରେ କିଛି ନୂଆ କରିବାର ସଙ୍କଳ୍ପ ନେଇଛନ୍ତି । ଏଥିସହ ନୂଆ ବର୍ଷ ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ ବାର୍ତ୍ତା ଜାରି କରିବା ସହ ନୂଆ ବର୍ଷର ଶୁଭକାମନା ଜଣାଇଛନ୍ତି । ବିକଶିତ ଓଡ଼ିଶା ଗଠନ ଦିଗରେ ସମସ୍ତଙ୍କ ଯୋଗଦାନ ଆବଶ୍ୟକ ଥିବା ସେ କହିଛନ୍ତି ।

ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରମନ୍ଦିର ନିକଟରେ ଦେଖିବାକୁ ମିଳିଛି ଜନସମୁଦ୍ର । ରାତି ଅଧରୁ ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ । ଭକ୍ତଙ୍କ ପାଇଁ ରାତି ଅଧରେ ପହଡ଼ ଖୋଲିଥିଲା । ମଧ୍ୟରାତ୍ରିରେ ଶ୍ରୀମନ୍ଦିର ଭିତରକୁ ଯାଇ ଜଗା ଦର୍ଶନ କରିଛନ୍ତି ଭକ୍ତ । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । କେବଳ ସିଂହଦ୍ୱାରଦେଇ ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳୁଛି । ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିହେବ । ସେହିପରି ଭିଡ଼ ନିୟନ୍ତ୍ରଣ ପାଇଁ ୬୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *