ଇଂରାଜୀ ନବବର୍ଷ ୨୦୨୪ ଅବସରରେ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧/୦୧: ଇଂରାଜୀ ନବବର୍ଷ ୨୦୨୪ ଉପଲକ୍ଷେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନବବର୍ଷ ବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ନବବର୍ଷ ୨୦୨୪ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ। ଆମ ଦେଶ ପ୍ରଗତୀରେ ଆମର ଅବଦାନ ଅବ୍ୟାହତ ରହୁ। ସମୃଦ୍ଧ ସମାଜ ଗଢ଼ିବା ଲାଗି ଜନସାଧାଣଙ୍କୁ ଆହ୍ବାନ ଦେଇ ରାଷ୍ଟ୍ରପତି ପୁଣି କହିଛନ୍ତି, ଚାଲନ୍ତୁ ନବବର୍ଷକୁ ସ୍ବାଗତ କରିବା ସହିତ ସମୃଦ୍ଧ ସମାଜ ଓ ଜାତି ଗଠନ ଲାଗି ଶପଥ ନେବା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମସ୍ତଙ୍କ ପାଇଁ ‘ଚମତ୍କର ୨୦୨୪’ କାମନା କରିଛନ୍ତି। ‘ଏକ୍ସ’ ‌କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସମସ୍ତଙ୍କ ପାଇଁ ଚମତ୍କାର ୨୦୨୪ କାମନା କରୁଛି। ଏବର୍ଷ ସମସ୍ତଙ୍କ ପାଇଁ ସମୃଦ୍ଧି, ଶାନ୍ତି ଓ ଉତ୍ତମ ସ୍ବାସ୍ଥ୍ୟ ଆଣିଦେଉ।

ସେହିପରି ଇଂରାଜୀ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସ ଯୋଗେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ୨୦୨୪ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ।