ନୂଆ ଭାରିଆଣ୍ଟ ଓମିକ୍ରନର ପ୍ରଥମ ଫଟୋ ଜାରି

ନୂଆଦିଲ୍ଲୀ, ୨୯/୧୧: ଏବେ ଚାରିଆଡେ ବ୍ୟାପୁଥିବା କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ବିଶ୍ୱବାସୀଙ୍କ ନିଦ ହଜେଇ ଦେଇଛି । ବିଶ୍ୱର ବିଭିନ୍ନ ଅଞ୍ଚଳରେ ଅନେକ ଲୋକ ଏଥିରେ ସଂକ୍ରମିତ ହୋଇଥିବା ମଧ୍ୟ ସୂଚନା ରହିଛି । ଏହାରି ମଧ୍ୟରେ ନୂଆ ଭାରିଆଣ୍ଟର ପ୍ରଥମ ଫଟୋ ଏବେ ଜାରି କରାଯାଇଛି । ଇଟାଲୀର ଜଣେ ରିସଚ୍ଚର୍ସ କୋଭିଡ୍ ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନରର ଫଟୋ ଜାରି କରିଛନ୍ତି ।  ଏହି ଫଟୋରେ ଓମିକ୍ରନର ମ୍ୟୁଟେସନ ରେଟ୍ ଡେଲଟା ଭାରିଆଣ୍ଟ ଅପେକ୍ଷା ବହୁତ ଅଧିକ ବୋଲି କୁହାଯାଉଛି ।