ଗୁଜରାଟରେ ପ୍ରଥମ ଏକ୍ସଇ କରୋନାଭାଇରସ୍‌ ଆକ୍ରନ୍ତ ଚିହ୍ନଟ

ନୂଆଦିଲ୍ଲୀ,୯/୪: ଏବେ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଗୁଜରାଟରେ ‘ଓମିକ୍ରନ୍‌’ର ଉପ-ପ୍ରଜାତି ‘ଏକ୍ସ୍‌ଇ କରୋନା ଭାଇରସ୍‌’ର ପ୍ରଥମ ମାମଲା ଚିହ୍ନଟ ହୋଇଥିବା ସୂଚନା ମିଳିଛି । ମାର୍ଚ ୧୩ ତାରିଖରେ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ସେହି ରୋଗୀ ଜଣକ ୧ ସପ୍ତାହ ମଧ୍ୟରେ ସୁସ୍ଥ ହୋଇଯାଇଥିଲେ। ତାଙ୍କୁ ଆକ୍ରାନ୍ତ କରିଥିବା ଭୂତାଣୁର ‘ଜିନୋମ୍‌-ସିକ୍ବେନ୍‌ସିଙ୍ଗ୍‌’ କରାଯିବା ପରେ ଜଣାପଡ଼ିଥିଲା ଯେ, ସେ ‘ଏକ୍ସଇ କରୋନାଭାଇରସ୍‌ ଭେରିଏଣ୍ଟ୍‌’ଦ୍ବାରା ସଂକ୍ରମିତ ହୋଇଥିଲେ। ତାଙ୍କୁ ଆକ୍ରାନ୍ତ କରିଥିବା ଭୂତାଣୁର ‘ଜିନୋମ୍‌-ସିକ୍ବେନ୍‌ସିଙ୍ଗ୍‌’ କରାଯିବା ପରେ ଜଣାପଡ଼ିଥିଲା ଯେ, ସେ ‘ଏକ୍ସଇ କରୋନାଭାଇରସ୍‌ ଭେରିଏଣ୍ଟ୍‌’ଦ୍ବାରା ସଂକ୍ରମିତ ହୋଇଥିଲେ।