ନୂଆ ବର୍ଷରୁ ମିଳିବ ନୂଆ ରାସନ କାର୍ଡ, ଚଳିତ ମାସରେ ଶେଷ ହେବ ଇ-କେୱାଇସି ଯାଞ୍ଚ

ଭୁବନେଶ୍ୱର,୧୩/୧୧: ନୂଆ ବର୍ଷରୁ ମିଳିବ ନୂଆ ରାସନ କାର୍ଡ ମିଳିବ। ଜାନୁଆରୀରେ ନୂଆ ରାସନ କାର୍ଡ ମିଳିବା ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଜୁଲାଇ ମାସରୁ ଆରମ୍ଭ ହୋଇଥିବା ରାସନ କାର୍ଡର ଇ-କେୱାଇସି ଯାଞ୍ଚ ଚଳିତ ମାସରେ ଶେଷ ହେବ । ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଜାନୁଆରୀରେ ନୂଆ ରାସନ କାର୍ଡ ପ୍ରଦାନ କରାଯିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନୁଯାୟୀ, ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଆସନ୍ତା ଜାନୁଆରୀ ମାସରେ ରାସନ କାର୍ଡ ବଣ୍ଟନ କରାଯିବ । ସେପଟେ ଏବେ ଯାଏଁ ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ ପୁରା ପ୍ରକ୍ରିୟାରେ ସ୍ୱଛତା ଆଣିବା ପାଇଁ ରାସନ କାର୍ଡ ହିତାଧିକାରୀଙ୍କ ଆଧାର କାର୍ଡ ଆଧାରିତ E-KYC ଅପଡେଟ୍ କରାଯାଉଛି । ଡିଲର୍ ପଏଣ୍ଟଗୁଡ଼ିକରେ ହିତାଧିକାରୀଙ୍କ ନାଁ ଯାଞ୍ଚ କରାଯିବା ପରେ ଇ-ପିଓଏସ୍ ମେସିନରେ ଟିପ ଚିହ୍ନଦେଇ ଆଧାର କାର୍ଡ ନମ୍ବର ସହ ଅପଡେଟ୍ କରାଯାଉଛି । ତେବେ ରାଜ୍ୟରେ ପାଖାପାଖି ୨୫ ଲକ୍ଷ ଭୂତ ହିତାଧିକାରୀ ରହିଥିବା ପୂର୍ବରୁ ବିଧାନସଭାରେ କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହି ଭୂତ ହିତାଧିକାରୀମାନଙ୍କୁ ବାଦ୍ ଦେବାକୁ ଇ-କେୱାଇସି ଯାଂଚ୍ ଚାଲିଛି । ହିତାଧିକାରୀଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ E-KYC ବାଧ୍ୟତାମୂଳକ କରାଯାଇଛି ।