ନୂଆ ସଂସଦ ଭବନର ଚାଲିଛି ଉଦଘାଟନ ଉତ୍ସବ ସମାରୋହ

ନୂଆଦିଲ୍ଲୀ,୨୮/୫:  ନୂଆ ସଂସଦ ଭବନର ଚାଲିଛି ଉଦଘାଟନ ଉତ୍ସବ ସମାରୋହ । ପୂଜାର୍ଚ୍ଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାଙ୍ଗରେ ଅଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ।  ୭୦ ଜଣ ସୁରକ୍ଷା କର୍ମୀଙ୍କୁ ସଂସଦ ଭବନ ଚାରିପଟେ ମୁତୟନ କରାଯାଇଛି । ନୂଆ ସଂସଦ ଭବନ ନିର୍ମାଣ ପାଇଁ ୯୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ନୂଆ ସଂସଦ ଭବନରେ ଲୋକସଭା ହଲର କ୍ଷମତା ୮୮୮ ରହିଥିବାବେଳେ ରାଜ୍ୟସଭା ହଲର କ୍ଷମତା ରହିଛି ୩୦୦ ।୬୫ ହଜାର ବର୍ଗମିଟରରେ ତିଆରି ହୋଇଛି ନୂଆ ସଂସଦ ଭବନ । ଏଠାରେ ଲୋକସଭା ହଲରେ ବସିପାରିବ ଯୁଗ୍ମ ଅଧିବେଶନ । ସଂସଦୀୟ ଗୃହରେ ଭାରତୀୟ କଳା ଓ ସଂସ୍କୃତିର ଝଲକ ଅତ୍ୟାଧୁନିକ ଯୋଗାଯୋଗ ସୁବିଧା ଓ ସେବା ରହିଛି । ଅଡିଓ-ଭିଜୁଆଲ ଟେକ୍ନୋଲୋଜିର ସୁବିଧା ରହିଛି ଅତ୍ୟାଧୁନିକ ପାଠାଗାର ବ୍ୟବସ୍ଥା ରହିଛି ।