ରାଜ୍ୟ ସରକାରଙ୍କ ନୂଆ ଗାଇଡ଼ଲାଇନ

ଭୁବନେଶ୍ୱର, ୧୫/୪: ରାଜ୍ୟରେ ଏବେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରିି ମଧ୍ୟରେ କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି।

ଆସନ୍ତା କାଲିଠାରୁ  ୧୦ ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ ।ବାକି ୨୦ ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗୁ ହେବ । ନାଇଟ୍ କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ବାକି ସବୁ କାର୍ଯ୍ୟ ବନ୍ଦ ରହିବ । ରାଜନୈତିକ ଶୋଭା ଯାତ୍ରା ଏବଂ ଧାର୍ମିକ ସମାବେଶ ବନ୍ଦ ରହିବ । ବିବାହ କାର୍ଯ୍ୟରେ ୫୦ଜଣ ରହିବେ ଏବଂ ଅନ୍ତ୍ୟୋଷ୍ଟି କାର୍ଯ୍ୟରେ ୨୦ ଜଣଙ୍କୁ ରହିବାକୁ ଅନୁମତି ଦିଆଯିବ । ସିନେମା ହଲ୍ ମାନଙ୍କରେ ୫୦ ପ୍ରତିଶତ ଲୋକ ଏକାଠି ବସି ଦେଖିପାରିବେ । ସରକାରୀ ଅଫିସ୍ ୫୦ ପ୍ରତିଶତ କର୍ମଚାରି ସହିତ ଜାରି ରହିବ ।