ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡ଼ି ପାଇଁ ମିଳିଲା ଅନୁମତି, ଜାଣନ୍ତୁ କଣ ରହିଛି କଟକଣା

ଭୁବନେଶ୍ୱର, ୨୦/୧୧: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଛି। ଏହାରିମଧ୍ୟରେ ଆଜି ଏସଆରସିଙ୍କ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି। କୋଭିଡ କଟକଣା ଭିତରେ ଉତ୍ସବ ପାଳନ ପାଇଁ ଅନୁମତି ମିଳିଛି। ଆଜିଠୁ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡ଼ି ପାଇଁ ସରକାର ଅନୁମତି ଦେଇଛନ୍ତି। ଖୋଲା ପଡ଼ିଆରେ ସାମାଜିକ ଦୂରତା ରଖି ୨ ହଜାର ଲୋକ ବସିପାରିବେ । ଅନ୍‌ଲାଇନରେ କିମ୍ବା ଅଧିକ କାଉଣ୍ଟରରେ ଟିକେଟ ବୁକିଂ ପାଇଁ ନିର୍ଦେଶ ଦିଆଯାଇଛି। ଆବଦ୍ଧ କୋଠରୀରେ ୫୦% ଅଧିକ ଦର୍ଶକ ବସିବା କୁ ଅନୁମତି ନାହିଁ। ଅନ୍ୟପଟେ ୫୦% ଦର୍ଶକଙ୍କୁ ନେଇ ସିନେମା ହଲ୍‌ ଖୋଲିବାକୁ ଅନୁମତି ନାହିଁ। ଏହାସହ ଜିଲ୍ଲାପାଳ, SP, ମ୍ୟୁନିସିପାଲ କମିସନଙ୍କ ଅନୁମତି ନେବା ଜରୁରୀ ବୋଲି କୁହାଯାଇଛି।