ଆସିଲା ନୂଆ ଗାଇଡ଼ଲାଇନ: ଜାଣନ୍ତୁ କଣ ଖୋଲା କଣ ବନ୍ଦ

ଭୁବନେଶ୍ୱର, ୧୫/୭: ରାଜ୍ୟରେ ଅଳ୍ପ କିଛି ମାତ୍ରାରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି। ଏହାରିମଧ୍ୟରେ ଆଜି  ନୂଆ ଗାଇଡ୍‌ଲାଇନ୍ ଜାରି କରାଯାଇଛି‌ । ରାଜ୍ୟରେ ଲକ୍‌ଡାଉନ କୋହଳ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିିିଛନ୍ତି। ଅଗଷ୍ଟ ୧ ଯାଏ ସାରା ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ ରହିବ‌ । କ୍ୟାଟାଗୋରୀ A ଜିଲ୍ଲାରେ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ ରହିବ। କ୍ୟାଟାଗୋରୀ B ରେ ସଂଧ୍ୟା ୫ରୁ ସକାଳ ୬ ଯାଏ ନାଇଟ୍‌ କର୍ଫ୍ୟୁ ରହିବ।

ସେହିପରି କ୍ୟାଟାଗୋରୀ B ଜିଲ୍ଲାରେ ମଧ୍ୟ ସପ୍ତାହାନ୍ତ ସଟ‌ଡାଉନ୍‌ ରହିବ। ଆସନ୍ତା କାଲିଠୁ ସାରା ରାଜ୍ୟରେ ସ୍ପା ଓ ଜିମ୍‌ ଖୋଲିପାରିବ । ସାରା ରାଜ୍ୟରେ ବସ୍‌ ଚାଲିବ କିନ୍ତୁ ଅନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ ରହିବ । ସାରା ରାଜ୍ୟରେ ଇନ୍‌ଡୋର ଓ ଆଉଟ୍‌ଡୋର ସୁଟିଂ ହୋଇ ପାରିବ । ଯାତ୍ରା ପାର୍ଟି ଉପରେ ପୂର୍ବ ଭଳି କଟକଣା ଲାଗୁ ରହିବ। ଅନ୍ୟପଟେ ହୋଟେଲ୍‌ ଓ ରେଷ୍ଟୁରାଣ୍ଟରେ କେବଳ ପାର୍ସଲକୁ ଅନୁମତି ମିିଳିଛି । ବିବାହ ଓ ଶୁଦ୍ଧିକ୍ରିୟାରେ ପୂର୍ବ ଭଳି କଟକଣା ରହିବ । ସାରା ରାଜ୍ୟରେ
ସିନେମା ହଲ୍‌, ପାର୍କ ଓ ମଲ୍‌ ବନ୍ଦ ରହିବ । ରାଜ୍ୟର ସମସ୍ତ ସ୍କୁଲ୍‌ କଲେଜ ଓ କୋଚିଂ ସେଣ୍ଟର ପୂର୍ବ ଭଳି ବନ୍ଦ ରହିବ ।