ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଗାଇଡ଼ଲାଇନ ଜାରି

ଭୁବନେଶ୍ୱର, ୨୩/୩: ରାଜ୍ୟରେ ଏବେ ପୁଣିଥରେ ଦିନକୁ ୧୦୦ ଉପରେ କ ରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାରିମଧ୍ୟରେ ଆଜି ଏପ୍ରିଲ ମାସ ପାଇଁ ଗାଇଡ଼ ଲାଇନ ଜାରି ହୋଇଛି। ପୂର୍ବରୁ ବାହାଘରରେ ୫୦୦ ଲୋକଙ୍କୁ ଅନୁମତି ମିଳିଥିବା ବେଳେ ଏବେ  ୨୦୦ ଲୋକଙ୍କୁ ଅନୁମତି ମିଳିଛି। ସେହିପରି ଶୁଦ୍ଧିକ୍ରିୟାରେ ୫୦ ଲୋକଙ୍କୁ ଅନୁମତି ମିଳିଛି। ବାହାଘର ଆୟୋଜକ ନିୟମ ପାଳନର ସବୁ ବ୍ୟବସ୍ଥା କରିବେ।

ଏହାସହ ମାସ୍କ, ସାମାଜିକ ଦୂରତା ବାଧ୍ୟତାମୂଳକ ରହିବ।
ହାତ ଧୋଇବା, ସାନିଟାଇଜର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି। ୨୬ ମାର୍ଚ୍ଚରୁ ଏହି ନୂଆ ଗାଇଡଲାଇନ ଲାଗୁ ହେବ।