ଦାୟିତ୍ୱ ନେଲେ ନୂଆ ଡିଜିପି ସୁନୀଲ ବଂଶଲ

ଭୁବନେଶ୍ୱର, ୩୧/୧୨: କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ନେଇଛନ୍ତି ନୂଆ ଡିଜିପି ସୁନୀଲ ବଂଶଲ। ବିଦାୟୀ ଡିଜିପି ଅଭୟଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଦାୟିତ୍ବ ଗ୍ରହଣ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟିଛନ୍ତି। ଏହାସହ ପଞ୍ଚାୟତ ଓ ପୌର ନିର୍ବାଚନ ପରିଚାଳନା ଚ୍ୟାଲେଞ୍ଜ ହେବ। ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣକୁ ଗୁରୁତ୍ବ ବୋଲି ସେ କହିଛନ୍ତି। ୧୯୮୭ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍ ସୁନୀଲ ବଂଶଲ ।