ସୁନୀଲ କୁମାର ବଂଶଲ ହେଲେ ପୋଲିସ ମହାନିର୍ଦେଶକ

ଭୁବନେଶ୍ୱର, ୧୫/୧୨: ଆଇପିଏସ ସୁନୀଲ ବଂଶଲ ହୋଇଛନ୍ତି ନୂଆ ଡିଜିପି । ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆ ବର୍ଷରୁ ଦାୟିତ୍ୱ ନେବେ ନୂଆ ଡିଜିପି । ୨୦୨୨ ଜୁନ୍‌ ଯାଏ ଦାୟିତ୍ବ ତୁଲାଇବେ ନୂଆ ଡିଜିପି ସୁନୀଲ । ୧୯୮୭ ବ୍ୟାଚ୍‌ର IPS ଅଫିସର ସୁନୀଲ ବଂଶଲ ଏବେ ଗୁଇନ୍ଦା ବିଭାଗ ସ୍ବତନ୍ତ୍ର ନିର୍ଦେଶକ ଅଛନ୍ତି  । ୧୬ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ସୁନୀଲ ବଂଶଲ ।