ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଶପଥ ପରେ ଭାଗବଣ୍ଟା ହେଲା ବିଭାଗ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ନୂଆଦିଲ୍ଲୀ,୨୧/୦୨: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ସହ ୬ କ୍ୟାବିନେଟ୍ ମନ୍ତ୍ରୀଙ୍କ ଶପଥ ପରେ ଭାଗବଣ୍ଟା ହୋଇଛି ବିଭାଗ । ରେଖା ଗୁପ୍ତାଙ୍କ ଅଧିନରେ ଅର୍ଥ, ରାଜସ୍ବ, ମହିଳା ଓ ଶିଶୁ ବିକାଶ ସହ ୧୦ ଟି ବିଭାଗ ରହିଛି । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା କପିଲ ମିଶ୍ର, ଆଷିଶ ସୁଦଙ୍କୁ ୬ ଟି ଲେଖାଏଁ ବିଭାଗ ମିଳିଛି । ଉପମୁଖ୍ୟମନ୍ତ୍ରୀ ପର୍ବେଶ ବର୍ମାଙ୍କୁ ୫ ଟି ବିଭାଗର ଦାୟୀତ୍ବ ଦିଆଯାଇଛି । ସେହିପରି ରବୀନ୍ଦ୍ର ଇନ୍ଦ୍ରରାଜ ସିଂ ଏବଂ ପଙ୍କଜ କୁମାର ସିଂଙ୍କୁ ତିନିଟି ଲେଖାଏଁ ବିଭାଗ ମିଳିଛି ।

ରେଖା ଗୁପ୍ତା ଅର୍ଥ, ରାଜସ୍ବ, ମହିଳା ଓ ଶିଶୁ ବିକାଶ, ପରବେଶ ବର୍ମା ପୂର୍ତ୍ତ, ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ, ଜଳସମ୍ପଦ, ଆଷିଷ ସୁଦ ଗୃହ, ଶିକ୍ଷା, ଶକ୍ତି, ସହରୀ ବିକାଶ, ମଜିନ୍ଦର ସିଂ ସୀର୍ସା ଶିଳ୍ପ,ପରିବେଶ ଏବଂ ଜଙ୍ଗଲ ଓ ଖାଦ୍ୟ ଏବଂ ସିଭିଲ ସପ୍ଲାଏ, ପଙ୍କଜ କୁମାର ସିଂ ସ୍ବାସ୍ଥ୍ୟ, ପରିବହନ ଓ ଆଇଟି,କପିଲ ମିଶ୍ର ଆଇନ ଏବଂ ନ୍ୟାୟ, ଶ୍ରମ, ନିଯୁକ୍ତି, ପର୍ୟ୍ୟଟନ ଓ କଳା ଓ ସଂସ୍କୃତି, ରବୀନ୍ଦ୍ର ଇନ୍ଦ୍ରରାଜ ସିଂ ସାମାଜିକ କଲ୍ୟାଣ, ଏସସି/ଏସ୍‌ଟି କଲ୍ୟାଣ ଓ ସମବ୍ୟାୟ ବ୍ୟାପାର ବିଭାଗ ତୁଲାଇବେ।

Leave a Reply

Your email address will not be published. Required fields are marked *