ନୂଆଦିଲ୍ଲୀ,୧/୦୩: ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ମାର୍ଚ୍ଚ ୩୧ପରେ ଆଉ ଏମାନଙ୍କୁ ମିଳିବନି ପେଟ୍ରୋଲ । ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଗାଡି ଏବଂ ୧୦ ବର୍ଷରୁ ପୁରୁଣା ଡିଜେଲ ଗାଡି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସହରରେ ବଢ଼ୁଥିବା ପ୍ରଦୂଷଣ ସ୍ତରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଏହି ନିୟମ ଅନୁଯାୟୀ, ନିଷିଦ୍ଧ ଗାଡିଗୁଡିକୁ ଜବତ କରାଯିବ । ଦିଲ୍ଲୀ ପରିବେଶ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଦିଲ୍ଲୀ ସରକାର ୩୧ ମାର୍ଚ୍ଚ ପରେ ସହରର ପେଟ୍ରୋଲ ପମ୍ପଗୁଡ଼ିକରେ ୧୫ ବର୍ଷରୁ ପୁରୁଣା ଗାଡିଗୁଡ଼ିକୁ ପେଟ୍ରୋଲ ଯୋଗାଇବା ବନ୍ଦ କରିବ ।