UG ପାଠ୍ୟକ୍ରମରେ ଯୋଡ଼ି ହେଲା ନୂଆ କୋର୍ସ୍ ନୀତିଶାସ୍ତ୍ର ଓ ମୂଲ୍ୟବୋଧ

ଭୁବନେଶ୍ୱର, ୧୮/୧୨: ଯୁକ୍ତ ୩ ପାଠ୍ୟକ୍ରମରେ ଯୋଡ଼ି ହୋଇଛି ନୂଆ କୋର୍ସ୍ ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ’ । ଏହି କୋର୍ସ ସବୁ ଷ୍ଟ୍ରିମରେ ଏକ ବାଧ୍ୟତାମୂଳକ ବିଷୟ ଭାବେ ଯୋଡ଼ି ହୋଇଛି।ସମସ୍ତ ୬ଟି ସେମିଷ୍ଟାରରେ ଏହି ବିଷୟ ବସ୍ତୁ ଉପରେ ୨୫ ମାର୍କ ଲେଖାଏଁ ପରୀକ୍ଷା ହେବ।ଚଳିତ ଶିକ୍ଷାବର୍ଷରୁ UG ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବା ନେଇ ସୂଚନା ମିଳିଛି।