ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚରଣଜିତ ସିଂହ ଚନ୍ନି

ନୂଆଦିଲ୍ଲୀ, ୧୯/୯: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚରଣଜିତ ସିଂହ ଚନ୍ନି। ବିଧାୟକ ଦଳ ନେତା ଭାବେ ସେ ମନୋନୀତ ହୋଇଛନ୍ତି। ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପ୍ରଭାରୀ ହରିଶ ରାୱତ।ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ହେବେ ଚରଣଜିତ ସିଂହ ଚନ୍ନି । ସୂଚନା ଯୋଗ୍ୟ ଯେ ପୂର୍ବତନ ବୈଷୟିକ ଶିକ୍ଷା ଓ ଶିଳ୍ପ ତାଲିମ ବିଭାଗର ମନ୍ତ୍ରୀ ଥିଲେ ଚରଣଜିତ । ଏହାସହ ୨୦୧୫ରୁ ୧୬ ଯାଏ ପଞ୍ଜାବ ବିଧାନସଭାର ବିରୋଧୀ ଦଳ ନେତା ମଧ୍ୟ ସେ ଥିଲେ ।

ଉଲ୍ଲେଖ ଯୋଗ୍ୟ ଯେ ଗତକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପଟେନ ଅମରିନ୍ଦର ସିଂ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ସେ ଦେଇଥିଲେ। ଏହାପରେ ପଞ୍ଜାବ ରାଜନୀତିରେ ବଡ଼ ଧରଣର ଝଡ ସୃଷ୍ଟି ହେବା ସହ କିଏ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।