ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କଂଗ୍ରେସ ବିଧାୟକ ଦଳ ବୈଠକ

ନୂଆଦିଲ୍ଲୀ, ୧୯/୯: ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଆଜି ପୁଣି କଂଗ୍ରେସ ବିଧାୟକ ଦଳ ବୈଠକ ବସିବ। ଏହି ବୈଠକରେ ଦଳର ୩ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଯୋଗଦେବେ। ନୂଆ ମୁଖ୍ୟମନ୍ତ୍ରୀ ପଦ ପାଇଁ ୫ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହି ୫ ନେତା ହେଉଛନ୍ତି ପୂର୍ବତନ ପିସିସି ସଭାପତି ସୁନୀଲ ଜାଖର, ପ୍ରତାପ ବାଜୱା, ମନ୍ତ୍ରୀ ସୁଖଜିନ୍ଦର ରାନ୍ଧୱା, ସୁଖବିନ୍ଦର ସିଂହ ଓ ତୃପ୍ତ ରାଜିନ୍ଦର ବାଜୱା। ଉଲ୍ଲେଖ ଯୋଗ୍ୟ ଯେ ଗତକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପଟେନ ଅମରିନ୍ଦର ସିଂ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ସେ ଦେଇଥିଲେ। ଏହାପରେ ପଞ୍ଜାବ ରାଜନୀତିରେ ବଡ଼ ଧରଣର ଝଡ ସୃଷ୍ଟି ହେବା ସହ କିଏ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।