ଆଜି ଶପଥ ନେଲେ ରାଜ୍ୟର ତିନି ନୂଆ ମନ୍ତ୍ରୀ

ଭୁବନେଶ୍ୱର,୨୨/୫: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ। ଆଜି ଶପଥ ନେଲେ ରାଜ୍ୟର ତିନି ନୂଆ ମନ୍ତ୍ରୀ । ଆଜି ସକାଳ ୯ଟା ୫୦ରେ ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ, ସୁଦାମ ମାରାଣ୍ଡି କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେମାନଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେହି ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । କିନ୍ତୁ ନୂଆ ବାଚସ୍ପତି କିଏ ହେବ ତାକୁ ନେଇ ଏବେବି ସସପେନ୍ସ ଜାରି ରହିଛି ।
ସୂଚନାଯୋଗ୍ୟ ଯେ ଯେଉଁମାନେ ମନ୍ତ୍ରୀପଦ ପାଇଁ ଆଶାୟୀ ଥିଲେ, କେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଫୋନ କଲ ଆସିବ ସେମାନେ ଅପେକ୍ଷା କରି ରହିଥିଲେ । ସଂଧ୍ୟାରେ ରାଜ୍ୟପାଳ ଗଣେଶୀ ଲାଲ ପହଁଚିବା ପରେ ପାୱାର କରିଡରରେ ହଲଚଲ ସୃଷ୍ଟି ହୋଇଥିଲା । ବିକ୍ରମ ଆରୁଖ, ସୁଦାମ ମାରାଣ୍ଡି, ସାରଦା ନାୟକଙ୍କ ପାଖକୁ ଫୋନ କଲ୍ ଆସିଥିବା ସୂଚନା ମିଳିଥିଲା । ଏହି ତିନି ଜଣ କ୍ୟାବିନେଟ୍ ମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି । ତେବେ ଅନ୍ୟ କିଛି ମନ୍ତ୍ରୀଙ୍କ ବିଭାଗ ବଦଳିବା ନେଇ ମଧ୍ୟ ସୂଚନା ମଳିଛି ।