କେନ୍ଦ୍ର ସରକାର ଲଞ୍ଚ କଲେ ନୂଆ ଆଧାର ଆପ୍, ଆଉ ଦେବାକୁ ପଡ଼ିବନି ଫଟୋ କପି ; କେମିତି କରିବେ ବ୍ୟବହାର?

ନୂଆଦିଲ୍ଲୀ,୧୦/୦୪: ଏବେ ଆପଣଙ୍କୁ କୌଣସି ସ୍ଥାନରେ ଆଉ ଆଧାରକାର୍ଡର ଫଟୋ କପି ଦେବାକୁ ପଡ଼ିବନି । କାରଣ ଏଥର ଆପଣ ଆପଣଙ୍କ ଆଧାରକାର୍ଡ ଫୋନରେ ରଖିପାରିବେ । କେନ୍ଦ୍ର ସରକାର ନୂଆ ଆଧାର ଆପ୍ ଲଞ୍ଚ କରିଛନ୍ତି । ଏହି ଆପ ମାଧ୍ୟମରେ ବ୍ୟବହାରକାରୀ ତାଙ୍କ ନିଜ ଆଧାର ବିବରଣୀ ଡିଜିଟାଲ ମାଧ୍ୟମରେ ଦେଖାଇପାରିବେ । ଏପରି ହେଲେ ଆଉ ଆପଣଙ୍କୁ କୌଣସି ଜରୁରୀକାଳିନ କାମ ପାଇଁ ଆଧାରକାର୍ଡର ଫଟୋ କପି ଦେବାକୁ ପଡ଼ିବନି । ଏହି ଆପ୍ ଚେହେରା ମାଧ୍ୟମରେ ପରିଚୟ ପ୍ରଦାନ କରିବ । କେନ୍ଦ୍ରୀୟ ଇଲୋକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଏହି ଆପକୁ ଲଞ୍ଚ କରିଛନ୍ତି । ଏହାପରେ ସେ ସୋସିଆଲମିଡିଆରେ ଏକ ଭିଡିଓ ପୋଷ୍ଟ ମଧ୍ୟ କରିଛନ୍ତି । ଏଥିରେ ଦେଖାଯାଇଛି କି ଏହି ନୂଆ ଆଧାର ଆପ କେମିତି କାମ କରେ । ପୋଷ୍ଟରେ ସେ ଲେଖିଛନ୍ତି କି, ନୂଆ ଆଧାର ଆପ୍ ଫେସ୍ ଆଇଡି ଅଥେଣ୍ଟିକେସନ୍ ଭାୟା ମୋବାଇଲ ଆପ୍ । ଏହାସହ ସେ ନୋ ଫିଜିକାଲ କାର୍ଡ ଓ ନୋ ଫଟୋକପି ଭଳି ଶବ୍ଦ ବି ବ୍ୟବହାର କରିଛନ୍ତି ।

ଏହି ଛୋଟ ଭିଡିଓରେ ଦେଖାଯାଇଛି କି, ପ୍ରଥମେ ଆପଣଙ୍କୁ କ୍ୟୁଆର କୋଡର ସ୍କାନ କରିବାକୁ ହେବ । ଏହାପରେ ଏହି ଆପ୍ ସେଲ୍ଫ କ୍ୟାମେରା ମାଧ୍ୟମରେ ଫେସ ଅଥେଣ୍ଟିକେସନ କରିବ । ସୂଚନା ମୁତାବକ, ଏହି ଅଥେଣ୍ଚିକେସନରେ କେବଳ ସାଧାରଣ ସୂଚନା ପ୍ରଦାନ କରାଯିବ, ଯାହା ତାଙ୍କୁ ଆବଶ୍ୟକ ଥିବ । ବର୍ତ୍ତମାନ ସମୟରେ ଆଧାର କାର୍ଡ ସ୍କାନ କରିବା ଦ୍ୱାରା କିମ୍ୱା ଆଧାର କାର୍ଡ କପି ଦେବା ଦ୍ୱାରା ଆଧାରରେ ଥିବା ସମସ୍ତ ଡିଟେଲ୍ସ ଦେଇଥିବା ଲୋକଙ୍କ ପାଖକୁ ଚାଲିଯିବ ।

ନୂଆ ଆଧାର ଆପ୍ ଇନଷ୍ଟଲ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଆମେ କହିରଖୁଛୁ କି, ଏହି ଆପ ଗୁଗୁଲ ପ୍ଲେଷ୍ଟୋରରେ ଉପଲବ୍ଧ ଅଛି କି ନାହିଁ ଏହାର କୌଣସି ଅଫିସିଆଲ ନୋଟିଫିକେସନ ଆସିନାହିଁ । ସମସ୍ତ ପରୀକ୍ଷାନିରୀକ୍ଷା ଶେଷ ହେବା ପରେ ଏହା ପ୍ଲେଷ୍ଟୋରରେ ଉପଲବ୍ଧ ହୋଇପାରେ । ତେବେ ଏନେଇ ଯଦି କେହି ଆପଣଙ୍କୁ କଲ କରି ଆପ ଇନଷ୍ଟଲ କରିବାକୁ କୁହନ୍ତି ତେବେ ସତର୍କ ହୁଅନ୍ତୁ ଆଉ ଆପକୁ ସର୍ବଦା ଅଫିସିଆଲ ଆଇଡିରୁ ଡାଉନଲୋଡ କରନ୍ତୁ ।

Leave a Reply

Your email address will not be published. Required fields are marked *