ଇଣ୍ଡିଆ ଗେଟ୍‌ରେ ଉନ୍ମୋଚିତ ହେଲା ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ, ୨୩/୧: ଆଜି ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ । ଏହି ଅବସରରେ ଦିଲ୍ଲୀ ଇଣ୍ଡିଆ ଗେଟ୍‌ରେ ଉନ୍ମୋଚିତ ହୋଇଛି ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି। ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ ସୁଭାଷ ବୋଷ ଆମକୁ ସ୍ବାଭିମାନୀ ସ୍ବାଧୀନ ଭାରତର ସ୍ବପ୍ନ ଦେଖାଇଥିଲେ। ସେ ସ୍ବାଧୀନତା ନେବାକୁ ଚାହୁଁ ନଥିଲେ, ହାସଲ କରିବାକୁ ଚାହୁଁଥିଲେ।ନେତାଜୀଙ୍କ ପ୍ରତିମୂର୍ତ୍ତି ଭବିଷ୍ୟତ ପିଢ଼ିକୁ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରେରଣା ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ଏହାସହ ନେତାଜୀ ଜୟନ୍ତୀ ଅବସରରେ ସୁଭାଷ ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ପ୍ରଦାନ କରାଯାଇଛି।