ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬/୫: ନେପାଳ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ନେପାଳର ଲୁମ୍ବିନୀରେ ପହଞ୍ଚି ମହାମାୟା ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ନେପାଳରେ ପହଞ୍ଚିବା ପରେ ବିମାନବନ୍ଦରରେ ମୋଦୀଙ୍କୁ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ସ୍ୱାଗତ କରିଥିଲେ । ଏହି ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ଅନେକ କିଛି ଚୁକ୍ତି ସ୍ୱାକ୍ଷରିତ ହେବ । ତେଣୁ ମୋଦୀଙ୍କ ଏହି ଗସ୍ତ ଉପରେ ଚୀନର ନଜର ରହିଛି । ମିଳିଥିବା ସୂଚନା ଅନୁଯାୟୀ ନେପାଳ ନିଜ ଦେଶର ବିଭିନ୍ନ ପ୍ରକଳ୍ପ ପାଇଁ ଭାରତୀୟ କମ୍ପାନୀ ମାନଙ୍କ ସହ ଚୁକ୍ତି କରିବାକୁ ଚାହୁଁଛି । ତେଣୁ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ଆଲୋଚନା କରିବେ ।