ନେପାଳ ବିମାନ କ୍ରାସ୍ ଘଟଣା,୧୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ,୩୦/୫: ନେପାଳର ତାରା ଏୟାର ୯ NAET ବିମାନ କ୍ରାସ୍ ଘଟଣା ରେ ବର୍ତ୍ତମାନ ସୁଦ୍ଧା ୧୪ଟି ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ସେନା ଓ ଅନୁସନ୍ଧାନକାରୀ ଦଳ ଦ୍ୱାରା ବିମାନର ଧ୍ୱଂସାବଶେଷ ଠାବ ମଧ୍ୟ ହୋଇଛି। ମୁସ୍ତାଙ୍ଗ ଜିଲ୍ଲାର କୋଓ୍ବାଙ୍ଗ ଗାଁ ନିକଟରୁ ଧ୍ୱଂସାବଶେଷ ଠାବ ହୋଇଛି।
ନେପାଳ ସେନା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସୂଚନାଯୋଗ୍ୟ ଯେ ଦୁର୍ଘଟଣାଗ୍ରସ୍ତ ବିମାନରେ ୪ ଜଣ ଓଡ଼ିଆ ସମେତ ୨୨ ଯାତ୍ରୀ ଥିଲେ।