ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଚ , ଏହି ଅଫିସିଆଲ ୱେବସାଇଟରୁ ଜାଣିପାରିବେ ରେଜଲ୍ଟ

ଭୁବନେଶ୍ୱର,୨୦/୦୭: ଆଜି ପ୍ରକାଶ ପାଇଛି ନିଟ୍ ୟୁଜି ରେଜଲ୍ଚ। ଆଜି ସୁଦ୍ଧା ସହର ଓ ସେଣ୍ଟର ଅନୁସାରେ ରେଜଲ୍ଟ ପ୍ରକାଶ କରବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହି ଆଦେଶକୁ ପାଳନ କରି ଆଜି ରେଜଲ୍ଟ ପ୍ରକାଶ କରିଛି ଏନଟିଏ। ନିଟ-ୟୁଜି ରେଜଲ୍ଟ ଏବେ  ୨୦୨୪ର ଅଫିସିଆଲ ୱେବସାଇଟ୍ରେ ଉପଲବ୍ଧ ଅଛି। ୱେବସାଇଟ୍ nta.nic.inକୁ କ୍ଲିକ୍ କରି ଛାତ୍ରଛାତ୍ରୀ ନିଜ ରେଜଲ୍ଟ ପାଇପାରିବେ।ଜୁନ ୪ରେ ସର୍ବଭାରତୀୟ ସ୍ତରରେ ନିଟ ରେଜଲ୍ଟ ପ୍ରକାଶ ପାଇଥିଲା। କିନ୍ତୁ ଏବେ ସହର ୱାରୀ ଓ ପରୀକ୍ଷା କେନ୍ଦ୍ର ୱାରୀ ରେଜଲ୍ଟ ପ୍ରକାଶ ପାଇଛି। ଯଦି ବିପୁଳ ସଂଖ୍ୟାରେ ଅନିୟମିତତା ହୋଇଥିବ, ଏହି ରେଜଲ୍ଟରୁ ଜଣାପଡ଼ିବ। ତା’ହେଲେ ଯାଇ ପୁନଃ ପରୀକ୍ଷା କରାଯାଇ ପାରିବ ବୋଲି ସର୍ବୋଚ୍ଚ ଅଦାଲତ ସର୍ତ୍ତ ରଖିଥିଲେ। ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗର ତଦନ୍ତ କରୁଛି ସିବିଆଇ। ସିବିଆଇ ତଦନ୍ତ ଦାୟିତ୍ୱ ପାଇବା ପରେ ଏଫଆଇଆର ରୁଜୁ କରି ୬୦ ଜଣଙ୍କୁ ଗିରଫ କରିସାରିଲାଣି।