ନିଟ୍-ପିଜି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ, ୪/୨: ଦେଶରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି । ଏହାରିମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି । ନିଟ୍-ପିଜି ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ୬-୮ ସପ୍ତାହ ପରେ ନିଟ୍-ପିଜି ପରୀକ୍ଷା ହେବା ନେଇ ସୂଚନା ରହିଛି । ଆସନ୍ତା ମାସ ୧୨ରେ ଏହି ପରୀକ୍ଷା ହେବା ନେଇ ଧାର୍ଯ୍ୟ ହୋଇଥିଲା। ନିଟ୍-ପିଜି ପରୀକ୍ଷାକୁ ଘୁଞ୍ଚାଇବାକୁ ନିବେଦନ କରିବା ପରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛି। ୬-୮ ସପ୍ତାହ ପରେ ମନ୍ତ୍ରୀଳୟ ପକ୍ଷରୁ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା ହେବା ନେଇ ସୂଚନା ରହିଛି । ଉଲ୍ଲେଖ ଯୋଗ୍ୟ ଯେ ଆଜି ନିଟ୍-ପିଜି ପରୀକ୍ଷା ସମ୍ବନ୍ଧରେ ସୁପ୍ରିମକୋର୍ଟରେ ଶୁଣାଣି ହେବାର ଥିଲା। ନିଟ୍-ପିଜି ପରୀକ୍ଷାକୁ ସ୍ଥଗିତ ରଖିବା ନେଇ ଅନେକ ଛାତ୍ର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।