ନୂଆଦିଲ୍ଲୀ,୮/୯: ମେଡିକାଲ ଆଶାୟୀମାନଙ୍କ ନିଟ୍ ୟୁଜି ପରୀକ୍ଷା ଫଳ ଘୋଷଣା ହୋଇଛି । ୧୮ ଲକ୍ଷରୁ ଊଦ୍ଧ୍ୱର୍ ମେଡିକାଲ ଆଶାୟୀଙ୍କ ଫଳ ପ୍ରକାଶ ପାଇଛି । ୨୦୨୨ ନିଟ୍ ପରୀକ୍ଷାଫଳ ସହ ଏନଟିଏ ଅନ୍ତିମ ନିଟ୍ ଉତର ପତ୍ର ଓ ସର୍ବଭାରତୀୟ ରାଙ୍କ ପ୍ରକାଶ ପାଇଛି । ରାଜସ୍ଥାନର ତନିଷ୍କା ଦେଶରେ ଟପର ହୋଇଛନ୍ତି । ସେହିପରି ୯୯ ଦଶମିକ ୯୯ ପର୍ସଂଟାଇଲ୍ ସ୍କୋର ରଖି ଓଡ଼ିଶାରୁ ସୋମଦତ୍ତ ନାୟକ ପ୍ରଥମ ହୋଇଛନ୍ତି । ଦେଶର ୩୯ ତମ ରାଙ୍କରେ ରହିଛନ୍ତି ସୋମଦତ୍ତ । ଚଳିତ ବର୍ଷ ଓଡ଼ିଆ ଭାଷାରେ ୮୨୨ ଜଣ ପରୀକ୍ଷା ଦେବା ପାଇଁ ପଞ୍ଜିକରଣ କରିଥିଲେ । ଓଡ଼ିଶାରୁ ୪୪ ହଜାର ୯୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିବା ବେଳେ ୪୩ ହଜାର ୮୦ ଜଣ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୨୬ ହଜାର ୨୭୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଦେଶର ଶ୍ରେଷ୍ଠ ୧୦ ଜଣ ଦିବ୍ୟାଙ୍ଗ ଛାତ୍ରଙ୍କ ମଧ୍ୟରେ ଓଡ଼ିଶାର ଦୁଇ ଜଣ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ପ୍ରୀତମ ଗୋଛାୟତ ଓ ୫ମ ସ୍ଥାନରେ ଚନ୍ଦନ ଦାସ ରହିଛନ୍ତି ।