ବିଶ୍ୱ ଆଥଲେଟ ଚମ୍ପିୟନସିପ, ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୨୮/୦୮: ବିଶ୍ୱ ଆଥଲେଟ ଚମ୍ପିୟନସିପରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା। ଦୀର୍ଘ ୪୦ ବର୍ଷ ପରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିସହ ସମସ୍ତ ବିଶ୍ୱସ୍ତରୀୟ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ । ବୁଦାପେଷ୍ଟରେ ଗତକାଲି ହୋଇଥିବା ପୁରୁଷ ଜାଭଲିନ୍‌ ଫାଇନାଲ୍‌ରେ ନୀରଜ ଫାଉଲ୍‌ରୁ ଆରମ୍ଭ କରିଥିଲେ, ଦ୍ବିତୀୟ ପ୍ରୟାସରୁ ସ୍ବର୍ଣ୍ଣ ପାଇଁ ଦାବିଦାର ରହିଥିଲେ। ଦ୍ବିତୀୟ ପ୍ରୟାସରେ ୮୮.୧୭ ମିଟର ଜାଭଲିନ୍‌ ଫିଙ୍ଗି ସେ ଏହି ସଫଳତା ପାଇଥିଲେ । ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନର ଅର୍ଶଦ ନଦୀମ ଋତୁର ଶ୍ରେଷ୍ଠ ପ୍ରଦର୍ଶନ ସହ ୮୭.୮୨ ମିଟରରେ ରୌପ୍ୟ ଏବଂ ଚେକ୍‌ ରିପବ୍ଲିକ୍‌ର ଜାକବ ଭାଦଲେଜକ ୮୬.୬୭ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି । ଏଥିସହ ନୀରଜଙ୍କ ସୋ-କେସ୍‌ରେ ବିଶ୍ବ ଚାମ୍ପିଅନ୍‌ସିପ୍‌ ସ୍ବର୍ଣ୍ଣ ପାଇଁ ଥିବା ଖାଲିସ୍ଥାନ ଏବେ ପୂରଣ ହୋଇଯାଇଛି ।