ଏନସିପିର ନେତୃତ୍ୱ କାହା ପାଖରେ ରହିବ?

ନୂଆଦିଲ୍ଲୀ,୩/୦୭:ମହାରାଷ୍ଟ୍ର ରାଜନୀତିକୁ ନେଇ ଜୋରସୋର ଚର୍ଚ୍ଚା । ଏନସିପିର ନେତୃତ୍ୱ କାହା ପାଖରେ ରହିବ ଅଜିତ ପାୱାର ନା ଶରଦ ପାୱାର ।  ଅଜିତ ପାୱାରଙ୍କ ସମେତ ଯେଉଁ ୮ ଏନସିପି ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତାଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ବାଚସ୍ପତି ଓ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି ମହାରାଷ୍ଟ୍ର ଏନସିପି ଅଧ୍ୟକ୍ଷ । ଅନ୍ୟପଟେ ଆଜି ୧୧ଟା ବେଳେ ଅଜିତ ପାୱାର ବୈଠକ ଡାକିଛନ୍ତି । ଏହି ବୈଠକରେ ତାଙ୍କ ସମର୍ଥନରେ ଥିବା ଏନିସିପି ବିଧାୟକ ଉପସ୍ଥିତ ରହିବେ । ସେହିପରି ବାକି ଥିବା ବିଧାୟକଙ୍କୁ ନେଇ ଆଜି ଶରଦ ପାୱାର ସିତାରାରେ ରାଲି କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ରରେ ହଠାତ୍ ଏନସିପି ନେତା ଅଜିତ ପାୱାର ନିଜ ସମର୍ଥକ ବିଧାୟକଙ୍କ ସହ ରାଜଭବନ ପହଂଚିଥିଲେ ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଯାହା ପରେ ରାଜନୀତି ସରଗରମ ହୋଇଛି ।