ଏଣିକି ବହିରେ ଇଣ୍ଡିଆ ନୁହେଁ ଭାରତ, ଏନସିଇଆରଟିର ସୁପାରିଶ

ଭୁବନେଶ୍ୱର, ୨୫/୧୦:  ଏଣିକି ପିଲାମାନଙ୍କୁ ଦେଶର ନାମ ଇଣ୍ଡିଆ ନୁହେଁ ଭାରତ ପଢ଼ାଯିବ । ଏନସିଇଆରଟି ବହିରେ ଦେଶର ନାମ କେବଳ ଭାରତ ଲେଖାଯିବ । ଏ ନେଇ ଶିକ୍ଷା ମନ୍ତ୍ରାଳୟକୁ ସୁପାରିସ୍ କରିଛି ଏନସିଇଆରଟିର ୭ ଜଣିଆ କମିଟି । ସର୍ବସମ୍ମତିକ୍ରମେ ଏପରି ଐତିହାସିକ ନିଷ୍ପତି ନିଆଯାଇଛି । ଏନସିଇଆରଟି ବହିରେ ଦେଶର ନାମ ଯେଉଁଠି ଇଣ୍ଡିଆ ଲେଖା ହୋଇଛି ତାକୁ ଭାରତ କରିବା ପାଇଁ ସୁପାରିସ୍ କରାଯାଇଛି ।ଇଣ୍ଡିଆ ବଦଳରେ ଭାରତ ଏବଂ ଇତିହାସର ପରିବର୍ତନ ନେଇ ଉଦ୍ୟମ ହେଉଥିବା ଅଭିଯୋଗ କରୁଛନ୍ତି ବିରୋଧୀ ଦଳ ।

ସୂଚନାଯୋଗ୍ୟ ଯେ, ଜି-୨୦ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ପରିବର୍ତେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖିଥିଲେ କେନ୍ଦ୍ର ସରକାର । ସରକାରୀ ଭାବେ ପ୍ରଥମ ଥର ଏପରି ହୋଇଥିଲା ।